Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଭିଡ କଟକଣା ଭାଙ୍ଗି ବାହାଘର କରି ଭରିଲେ ଜୋରୀମାନା

1 min read

ଜୟପୁର(ସଖପ୍ର): କରୋନାର ଦ୍ୱିତୀୟ ଲହରୀ ଏବେ ସବୁଆଡେ ଅସ୍ତବ୍ୟସ୍ତ କରୁଛି ତାକୁ ମାତ୍ ଦେବା ପାଇଁ ସରକାର ଅନେକ କୋଭିଡ ନିୟମ ଜାରି କରିଛନ୍ତି। କେଉଁଠି ନାଇଟ କର୍ଫ୍ୟୁ ତ କେଉଁଠି ସଟଡାଉନ ଭଳି ପଦକ୍ଷେପ ନେଇଛନ୍ତି। କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଯୋଗୁଁ ଜନଗହଳିକୁ ଦୃଷ୍ଟିରେ ରଖି ଶବ ସତ୍କାର ,ବିବାହ ଉତ୍ସବ ଭଳି କାର୍ଯ୍ୟକ୍ରମରେ କିଛି ନିୟମ ଲାଗୁ କରିଛନ୍ତି। ହେଲେ ନିୟମକୁ ଭଙ୍ଗ କରି ଆଜି ଜୟପୁର ବ୍ଲକର ବାଗ୍ରାଗୁଡା ଗ୍ରାମରେ ଏକ ବାହାଘର ଭୋଜି ଭାତ ଚାଲି ଥିଲା। ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ଭୋଜି ଭାତର ଆସର। କୌଣସି ସୂତ୍ରରୁ ଖବର ପାଇ ଜୟପୁର ତହସିଲଦାର ଟୁଲି ଆମା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁରଏବଂ ମାଜିଷ୍ଟ୍ରେଟ ମାନସ ରଞ୍ଜନ ଘଡେଇଙ୍କ ନେତୃତ୍ୱରେ ହଠାତ ଚଢ଼ାଉ କରିଥିଲେ। ପୋଲିସ ବିବାହ କାର୍ଯ୍ୟକ୍ରମରେ ଭୋଜି ଭାତ ଆୟୋଜନକୁ ବନ୍ଦ କରି ଅଯୋଜକଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗକୁ ମଧ୍ୟ ଏଭଳି ଅମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।


ଜୟପୁରରୁ ସନ୍ତୋଷ କୁମାର ପାତ୍ର

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *