Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୃଷି ଆଇନ ବିରୋଧରେ ଭାରତ ବନ୍ଦ ଡାକରାକୁ ନେଇ କୃଷକ ସଙ୍ଗଠନର ବିକ୍ଷୋଭ ପ୍ରଦର୍ଶନ

1 min read

ନୂଆଦିଲ୍ଲୀ, ୨୭/୦୯ (ସଖପ୍ର) : କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ । ସକାଳୁ ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହିତ ଟ୍ରେନ୍ ଅଟକାଇ ଚକାଜାମ୍ କରିଛନ୍ତି କୃଷକ ସଙ୍ଗଠନ। ସେପଟେ ଦିଲ୍ଲୀ ଟ୍ରାଫିକ୍ ପୁଲିସ ବନ୍ଦ ଡାକରା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଗାଜିପୁର ବର୍ଡରରେ ଯାନବାହାନ ଯିବା ଆସିବା ଉପରେ ରୋକ୍ ଲୋଗାଇଛି। ଅନ୍ୟପଟେ କୃଷକମାନେ ପଞ୍ଜାବ ହରିଆଣା ଶମ୍ଭୁ ସୀମାରେ ଚକା ଜାମ୍ କରିବା ସହିତ ବିରୋଧ ପଦର୍ଶନ କରୁଛନ୍ତି। କୃଷକ ସଙ୍ଗଠନ ଦେଇଥିବା ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ, ବାମ ଦଳ, ବିଏସପି ଏବଂ ଏସପି ସହିତ ପାଖାପାଖି ସବୁ ବିରୋଧୀ ଦଳମାନେ ସମର୍ଥନ ଦେଇଛିନ୍ତି।

କୃଷକମାନେ ଆଜି ଭାରତ ବନ୍ଦ ପାଇଁ ସଜବାଜ ହୋଇଛନ୍ତି। ତେବେ କୃଷକମାନେ ଆନ୍ଦୋଳନରୁ ଓହରି ଆଲୋଚନା କରିବାର ରାସ୍ତା ଆପଣାନ୍ତୁ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ନିବେଦନ କରିଛନ୍ତି। ତୋମାର ରବିବାର କହିଥିଲେ ଯେ, କୃଷକମାନଙ୍କ ଦ୍ଵାରା କରାଯାଉଥିବା ଦାବି ଉପରେ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହା ପୂର୍ବରୁ ବି ସରକାରଙ୍କ ସହିତ କୃଷି ନେତାମାନଙ୍କର ବହୁବାର ଆଲୋଚନା ହୋଇଛି। ତେବେ ଯାହା ଜଣାପଡ଼ୁଛି ଆହୁରି କିଛି କଥା ରହିଛି ଯାହା ଉପରେ ସରକାର ଆଲୋଚନା କରନ୍ତୁ ବୋଲି କୃଷକମାନେ ଚାହୁଁଛନ୍ତି।

ତେବେ କୃଷକ ସଙ୍ଗଠନକୁ କଂଗ୍ରେସ ସମେତ ଆରଜେଡି, ଆମ୍ ଆଦମି ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ବାମ ଦଳ ବି ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ଵିଟ୍ କରି କହିଛନ୍ତି ଯେ, ବିଜେପି ସରକାରଙ୍କ କଳା କୃଷି ଆଇନ ବିରୋଧରେ କୃଷକମାନେ ସମବାର ଦେଇଥିବା ଭାରତ ବନ୍ଦ ଡାକରାକୁ ସମାଜବାଦୀ ପାର୍ଟି ପୂର୍ଣ୍ଣ ସମର୍ଥନ କରୁଛି। ଏହା ସହିତ କୃଷକ ବିରୋଧୀ କଳା ଆଇନକୁ ସରକାର ଫେରାଇ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଭାରତ ବନ୍ଦ ଘୋଷଣା ହେବାପରେ ଦିଲ୍ଲୀ ପୁଲିସ ୧୫ ଜିଲ୍ଲାର ପୁଲିସ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଦିଲ୍ଲୀ ପୁଲିସ ଭାରତ ବନ୍ଦ ହେବା ଆଗରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ପୁଲିସର ସୂଚନା ଅନୁଯାୟୀ ସୀମାବର୍ତ୍ତି ସ୍ଥାନ ଗୁଡ଼ିକରେ ଅତିରିକ୍ତ ପୁଲିସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ତନି କୃଷି ଆଇନକୁ ବିରୋଧ କରି କୃଷକମାନେ ୧୦ ମାସ ଧରି ବିଭିନ୍ନ ସୀମାରେ ଆନ୍ଦୋଳନ କରିଆସୁଛନ୍ତି। ପଞ୍ଜାବ,ପଶ୍ଚିମ ଉତ୍ତର ପ୍ରଦେଶ, ହରିଆଣା ଆଦି ରାଜ୍ୟର କୃଷକମାନେ ଏମଏସପି ଉପରେ ଆଇନ ତିଆରି କରିବା ପାଇଁ ଦାବି କରୁଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *