Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ୭୯ତମ ଧରା ଅବତରଣ ଦିବସ ପାଳନ

1 min read

କୋରାପୁଟଜିଲ୍ଲା/ଜୟପୁର ୨୦/୦୭(ସଖପ୍ର) : ଜୀବନ କାଳରେ ସମାଜସେବା, ପରୋପକାର, ତ୍ୟାଗ, ନିଃସ୍ବାର୍ଥପର ସେବାକୁ ସ୍ମରଣକରି ମହାପୁରୁଷ ମାନଙ୍କ ଜନ୍ମଉତ୍ସବ ମାନ ପାଳନ କରାଯାଇଥାଏ। ସେହିପରି ବିଶ୍ବକଲ୍ୟାଣକାରୀ ମହାନ୍ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ୭୯ତମ ଜନ୍ମଉତ୍ସବ ତା୨୦/୦୭/୨୦୨୧ ରିଖ ଦିନ ଜୟପୁରସ୍ଥିତ କାଳୀକୃଷ୍ଣ ସଂଘ ପାଳନ କରିଥିଲେ। ଏହି ଅବସରରେ ଜୟପୁର ପାରାବେଡାସ୍ଥିତ ବ୍ଲକଅଫିସ ନିକଟ ଅନାଥ ଆଶ୍ରମର ଅନ୍ତେବାସୀ ମାନଙ୍କୁ ପାଠ୍ୟ ଉପକରଣ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ବିସ୍କୁଟ, ବ୍ରେଡ, ତତସହ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା। ସଂଧ୍ୟାରେ କାଳୀକୃଷ୍ଣ ମନ୍ଦିରରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କରୋନା କଟକଣାର ନିୟମ ପାଳନ ସହ କରାଯାଇଥିଲା।

ଅର୍ଜୁନ ପଟ୍ଟନାୟକ, ସଂଯୋଜକ- କାଳୀକୃଷ୍ଣ ସଂଘ, ଜୟପୁର

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *