Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କରୋନାରେ ଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

1 min read

କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): କରୋନା ଏବେ ସାରା ରାଜ୍ୟକୁ ଗ୍ରାସ କରିବାରେ ଲାଗିଛି । ଏହାର ପ୍ରଭାବରେ ଅନେକ ଆଗଧାଡିର ଯୋଦ୍ଧା ପ୍ରାଣ ହରାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନେକ ସାମ୍ବାଦିକ ମାନେ ମଧ୍ୟ ମୃତ୍ୟୁବରଣ କଲେଣି । ତେବେ ଆଜି ଆଉ ଜଣେ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଛି । ତାଙ୍କ ନାଁ ହେଉଛି ପ୍ରଦୀପ ସାହୁ । ସେ କରୋନାରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ୪୩ ବର୍ଷ ହୋଇଥିଲା । ସେ ସମ୍ବାଦ ଖବରକାଗଜରେ କାର୍ଯ୍ୟରତ ଥିଲେ । ସେ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଥିଲେ । ଖାଲି ଗଞ୍ଜାମ ନୁହେଁ ବରଂ ଖୋର୍ଦ୍ଧା, ବାରିପଦା, ପୁରୀ ଆଦି ଜିଲ୍ଲାରେ ମଧ୍ୟ ସାମ୍ବାଦିକ ଭାବରେ କାର୍ଯ୍ୟ କରିଆସିଛନ୍ତି । ତାଙ୍କୁ ମିଶାଇ ଓଡିଶାରୁ ଏଯାବତ୍ ମୋଟ ୧୭ ଜଣ ସାମ୍ବାଦିକ ମହାମାରୀ କରୋନାରେ ପ୍ରାଣ ହରାଇଲେଣି।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *