Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡ଼ିଶା ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଧର୍ମପତ୍ନୀ ରତ୍ନମାଳାଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ…

1 min read


ମାଲକାନଗିରି (ସଖପ୍ର):ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଧର୍ମପତ୍ନୀ ରତ୍ନମାଳାଦୋରାଙ୍କ ଦ୍ବାଦଶ ଭୋଜି ଅବସରରେ ପାଙ୍ଗାମ ବାସଭବନରେ ଗାୟତ୍ରୀ ମହାଯଜ୍ଞ କରାଯିବା ସହ ଶୋକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗାୟତ୍ରୀ ସାଧକ ମିହିର ପାଢ଼ୀ ଯଜ୍ଞ ପରିଚାଳନା କରିଥିଲେ । ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନେତା ଗଙ୍ଗାଧର ବୁରୁଦା, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପୁର୍ବତନ ବିଧାୟକ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ,ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି , ପୂର୍ବତନ ବିଧାୟକ ଡ଼ମ୍ବୁରୁ ଶିସା,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି,ପୁର୍ବତନ ପୌର ପରିଷଦ ଅଧ୍ୟକ୍ଷା ରାଜବନ୍ତ କୌର , ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ,ପୂର୍ବତନ ଉପ ଜିଲ୍ଲାପାଳ ରଥିକୃଷ୍ଣ ପାତ୍ର, ଗୌରି ଚନ୍ଦ୍ର ସୁଗ୍ରୀ ,ବିଜେଡି ବରିଷ୍ଠ ନେତା ତଥା ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା, ସମାଜସେବୀ ଭାସ୍କର ବେହେରା, ସମାଜସେବୀ କୁନାଲ ମିଶ୍ର, ସମାଜସେବୀ ତଥା ଯୁବ ନେତା ଜୟନ୍ତ କୁମାର ବେହେରା, ତପନ ସାନା, ପ୍ରହଲ୍ଲାଦ ଦୋରାଙ୍କ ଅନୁଗତ ହେମନ୍ତ ସାହୁ ଓ ଅନ୍ୟମାନେ ସମସ୍ତେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *