Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଳାଶୁଣିରେ ଯୁବକକୁ ଗୁଳିମାଡଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

1 min read

ଯାଜପୁର ୦୩/୧୦(ସଖପ୍ର): ଯାଜପୁର ଜିଲ୍ଲା ଓଳାଶୁଣୀ ପାହାଡ଼ ପରିସରରେ ଯୁବକଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ଘଟଣା ଅନୁଯାୟୀ ଓଳାଶୁଣୀ ପାହାଡ଼ ଉପରକୁ କାରରେ କିଛି ଯୁବକ ଯାଉଥିବା ବେଳେ ପାହାଡ଼ ମଝି ରାସ୍ତାରେ ସ୍ଥାନୀୟ ବନ୍ଦେରେଶ୍ୱର ଅଂଚଳର ସିଦ୍ଧାନ୍ତ ସାମଲଙ୍କ କୌଣସି କଥାକୁ ନେଇ ତିକ୍ତତା ହୋଇ ଥିଲା । ଯାହାକୁ ନେଇ କାରରେ ଆସିଥିବା ଯୁବକମାନେ ସିଦ୍ଧାନ୍ତ ସାମଲଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଯାହା ଫଳରେ ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିବା ବେଳେ ତାଙ୍କୁ ସଂଗେ ସଂଗେ ବଡ଼ଚଣା ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରୁ କାର ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି । କେଉଁ କାରଣ ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଛି ତାହା ଏବେ ସ୍ପଷ୍ଟ ଜଣାପଡିନଥିବା ବେଳେ ଓଳାଶୁଣୀ ଭଳି ପର୍ଯ୍ୟଟନ କ୍ଷେତ୍ରରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଗୁଳିମାଡର ପ୍ରକୃତ କାରଣ ଜଣାପଡିନାହିଁ ! ରାଜନୈତିକ କାରଣ କିମ୍ବା ବ୍ୟକ୍ତିଗତ କାରଣରୁ ଏହା ହୋଇଥିବା ନେଇ ଚର୍ଚା ହେଉଛି ।

ଯାଜପୁର ପ୍ରତିନିଧି ନାରାୟଣ ରଥ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *