Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ,ସେମିଳିଗୁଡା ବ୍ଲକର ବୈଠକ ଡୁମୁରିପୁଟ ଠାରେ ଅନୁଷ୍ଠିତ

1 min read

କୋରାପୁଟ ୦୭/୧୧ (ସଖପ୍ର): ଆଜି ରବିବାର ଦିବା ୧୨ ଘଟିକା ସମୟରେ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ସେମିଳିଗୁଡା ବ୍ଲକର ବୈଠକ ଡୁମୁରିପୁଟ ଠାରେ ଅନୁଷ୍ଠିତ ହୋଇଥିଲା। ସଂଘର ବ୍ଲକ ସଭାପତି ପ୍ରତିମା ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ। ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶା କର୍ମୀ ମାନଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ଅବସରରେ ଯେତେବଳେ କୌଣସି ନେତା, ମନ୍ତ୍ରୀ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିଲେ ସେତେବେଳକୁ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିଲେ। ଏଣୁ ଏମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ସହ EPF,ESI ଲାଗୁ କରିବାକୁ ଦାବୀ କରିଥିଲେ। ନଭେମ୍ବର 22 ତାରିଖ ପୂର୍ବରୁ ସରକାର ଏ ପ୍ରସଙ୍ଗରେ ନିଷ୍ପତ୍ତି ନ ନେଲେ ପ୍ରଥମେ ବ୍ଲକ,ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହାକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ। ସେମିଳିଗୁଡା ବ୍ଲକ୍ ଆଶା କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ଓ ତାହାର ସମାଧାନ କରିବା ପାଇଁ ନିଷ୍ପତ୍ତି ନିଆଗଲା।

ପ୍ରତିନିଧି ସନ୍ତୋଷ କୁମାର ପାତ୍ର

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *