Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡ଼ିଶାର ନାରୀମାନଙ୍କୁ ଅଶ୍ଳୀଳ ଗୀତ ମାଧ୍ୟମରେ ଇଙ୍ଗିତକୁ କେନ୍ଦ୍ରକରି ଥାନାରେ ମାମଲା

1 min read

କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ଆଜି ଜୟପୁରର କୁସୁମାଞ୍ଜଳି ମହିଳା ଗ୍ରୁପ, ଇଣ୍ଟରନେସନାଲ ହ୍ୟୁମେନରାଇଟ କମ୍ୟୁନିଟି କୋରାପୁଟ ଶାଖା, ଜୟପୁର ସଚେତନ ମହିଳା ସଙ୍ଘ, ଜୟପୁର ସଚେତନ ଛାତ୍ରୀ ସଙ୍ଘ, ସ୍ୱର ଘୁଙ୍ଗୁର ଏବଂ କୋରାପୁଟିଆ କଳା ଓ କଳାକାରମାନଙ୍କ ତରଫରୁ ବାଲେଶ୍ୱରର ଶଙ୍କର ଓମ ଶାରନ ଓରଫ ଉମାକାନ୍ତ ଯିଏ କି ଓଡିଶାର ସମସ୍ତ ଜିଲ୍ଲାର ନାରୀମାନଙ୍କ ପ୍ରତି ଅଶ୍ଳୀଳ ଆକ୍ଷେପ କରି ଯେଉଁ ଗୀତକୁ ୟୁ ଟ୍ୟୁବ ପ୍ଲାଟଫର୍ମରେ ଛାଡ଼ିଛନ୍ତି, ତାହାକୁ ବିରୋଧ କରି ଅଲଗା ଅଲଗା ଏତଲା ଦିଆଯାଇ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଉକ୍ତ ଚାନେଲକୁ ରଦ୍ଦ କରି ଏଥିରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତି ବିଶେଷମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛନ୍ତି ଏବଂ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ନାରୀ ଜାତି ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଆଜିର ଏତଲା ଦେବା ସମୟରେ ଶ୍ରୀ ଧିରେନ ମୋହନ ପଟନାୟକ, ମନୋଜ କୁମାର ପାତ୍ର, ହିମାଂଶୁ ମହାପାତ୍ର, ରାହୁଲ ସାମନ୍ତରାୟ, ବାଦଲ ସମନ୍ତରାପାତ୍ର, ଜି ରାମବାବୁ, ସାଗରିକା ପଟନାୟକ,ସସ୍ମିତା ମିଶ୍ର, ଶିଳ୍ପା ପାଣି, ସାଗରୀକା ମହାପାତ୍ର,ସଂଜୀବନି ପଣ୍ଡା,ରଶ୍ମି ପଟନାୟକ, ବାସନ୍ତି ଜେନା, ଟ୍ୱିଙ୍କେଲ ମିଶ୍ର, ମିନାକ୍ଷୀ ନାୟକ, ଅପର୍ଣ୍ଣା ସାହୁ, ଶ୍ରୀୟା ପଟନାୟକ, ମୋନିକା ପଟନାୟକ,ଭାଗ୍ୟଲକ୍ଷ୍ମୀ ଆଚାରୀ,କୃଷ୍ଣ ଚନ୍ଦ୍ର ହୋତା,ସ୍ଵର୍ଣଲତା ପଣ୍ଡା, ସୁଶାନ୍ତ ପଣ୍ଡା, ଶ୍ରୀକାନ୍ତ ଦାସ, ଦିବାକର ପଟନାୟକ, ଜୟନ୍ତ ଦାସ,ପୀୟୂଷ ପଟନାୟକ,ପରମଜୀତ କୌର, ଜି ଭାରତୀ,ରୋଜା ପାତ୍ର, ବବିତା ପଟନାୟକ, କୃଷ୍ଣ ଦାସ, ଏମ ସତ୍ୟନାରାୟଣ, ସ୍ବର୍ଣ୍ଣସିଂହ, ଦୁର୍ଗା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *