ଉତ୍କଳ ସମ୍ମିଳନୀ ତରଫରୁ ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ଦିବସ ପାଳିତ
1 min readକୋରାପୁଟଜିଲ୍ଲା/ ଜୟପୁର (ସଖପ୍ର): ଜୟପୁର ସ୍ଥାନୀୟ ଯାଦବ ଭବନରେ ଉତ୍କଳ ସମ୍ମିଳନୀ କୋରାପୁଟ ତରଫରୁ ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ କରାଯାଇଥିଲା। ସଭାପତି ମଦନ ମୋହନ ନାୟକଙ୍କ ସଭାପତିତ୍ୱରେ ରାଜ୍ୟ ସମ୍ପାଦକ ବିରେନ୍ ପଟ୍ଟନାୟକ, ପରାମର୍ଶଦାତା ବିନୋଦ ମହାପାତ୍ର, ହରିହର କରସୁଧା ପଟ୍ଟନାୟକ,ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ଦାସ,ପରମେଶ୍ବର ପାତ୍ର, ଉଦୟ ଜାନୀ,ବାଲା ରାୟ, ମାଧବ ଚୌଧୁରୀ,ଚନ୍ଦ୍ରକାନ୍ତ ସୁତାର, ରାଜେନ୍ଦ୍ର ଗୌଡ, ବୁଲୁ ସାହୁ, ନବୀନ ମାଦଳା,ଯଜ୍ଞେଶ୍ବର ପଣ୍ଡା ଓ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ୨୦୧୪ ମାର୍ଚ୍ଚ ୧୧ତାରିଖରେ ଓଡ଼ିଆକୁ ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମିଳିଲା। ସରକାର ଉତ୍ସବ ପାଳିଲେ । ରାଜ୍ୟବାସୀ ଖୁସି ହେଲେ । ଜାତୀୟ ଦରବାରରେ ଓଡିଆ ଭାଷାର ଗୁରୁତ୍ୱ ବଢିଲା । ଶାସ୍ତ୍ରୀୟ ମାନ୍ୟତା ପରେ ଓଡିଆ ଭାଷାରେ କିଛି ବଡ ଧରଣର ବିକାଶ ହେବ ବୋଲି ସମସ୍ତେ ଭାବିନେଲେ । ଏହା ମଧ୍ୟରେ ବିତିଯାଇଛି ୮ ବର୍ଷ । ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଓଡିଆ ଭାଷାର କି ବିକାଶ ହେଲା ? ଗବେଷଣା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ପ୍ରସ୍ତୁତ ଅଛି ତ ? ଓଡିଆ ଭାଷାର ବହୁଳ ବ୍ୟବହାର ହେଉଛି କି ? ଅତୀତକୁ ନେଇ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଆମ ଭାଷାର ବର୍ତ୍ତମାନ ସ୍ଥିତି କଣ ? ଭାଷାର ଭବିଷ୍ୟତକୁ ମଜବୁତ୍ କରିବା ପାଇଁ ଆମେ ଏବେ ପଦକ୍ଷେପ ନେଉଛୁ ତ ? ଏହି ପ୍ରଶ୍ନ ଏବେ ସାଧାରଣ ଓଡିଆଟିର ମନକୁ ଆନ୍ଦୋଳିତ କରୁଛି । ଏହି ୮ ବର୍ଷ ଭିତରେ ସରକାର ଓ ପ୍ରଶାସନିକ ବ୍ୟବସ୍ଥାର କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ସଚେତନ ଓଡିଆଙ୍କୁ ନିରାଶ ହେବାକୁ ପଡୁଛି । ଯାହା ସାଧାରଣ ଲୋକ ସିଧାସଳଖ ଅନୁଭବ କରୁଛନ୍ତି ତାହା ହେଲା ଗତ ୮ ବର୍ଷ ଭିତରେ ଓଡିଆ ଭାଷା ସର୍ବାଧିକ ଅବହେଳାର ଶୀକାର ହୋଇଛି । ମଝିରେ ମଝିରେ ଭାଷାକୁ ନେଇ ମନ୍ତ୍ରୀ ଓ ଅଧିକାରୀ କିଛି ମନଲୋଭା କଥା କହୁଛନ୍ତି । ଐତିହ୍ୟ କ୍ୟାବିନେଟ୍ ଓ ସରକାରୀ ନିଷ୍ପତ୍ତି ନାଁରେ ଲୋକଙ୍କୁ ନିରୋଳା ଗପ ଶୁଣାଯାଉଛି । କ୍ଷମତାରେ ଥିବା ବ୍ୟକ୍ତିମାନଙ୍କର ଓଡିଆ ଭାଷା ପ୍ରତି ସର୍ବନିମ୍ନ ଆଦର ନାହିଁ । ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାଷା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବାର ବ୍ୟବସ୍ଥା ରହିଛି । ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଉତ୍କର୍ଷ କେନ୍ଦ୍ରଟିଏ ପ୍ରତିଷ୍ଠା କରିବାକୁ ୬ବର୍ଷ ଲାଗିଗଲା । କେତେବେଳେ କେନ୍ଦ୍ରରେ ପ୍ରକ୍ରିୟା ଧିମେଇ ଗଲା ତ କେତେବେଳେ ରାଜ୍ୟ ସରକାର ଅବହେଳା କଲେ । ଶେଷରେ ୨୦୨୦ ଜୁନରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୁରୁଣା କୋଠାରେ କେନ୍ଦ୍ର କାର୍ଯ୍ୟାଳୟ ଖୋଲିଲା । ଓଡିଆ ଭାଷାକୁ ଅବହେଳା କରିବାରେ ରାଜ୍ୟ ସରକାର କୌଣସି ସୁଯୋଗ ହାତଛଡା କରିନାହାନ୍ତି । ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷା ଚେୟାର ପ୍ରତିଷ୍ଠା ହେବ ବୋଲି ସରକାର ଘୋଷଣା କଲେ । ଏହା ଓଡିଆ ଭାଷା ଉପରେ ଅଧିକ ଗବେଷଣା ପାଇଁ ସହାୟକ ହେବ । ଏହା ମଧ୍ୟରେ ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷା ଚେୟାର ପ୍ରତିଷ୍ଠା ହୋଇଛି । ଓଡିଆ ଭାଷାକୁ ସରକାରୀ ସ୍ତରରେ ବ୍ୟାପକ ବ୍ୟବହାର ପାଇଁ ବିଭିନ୍ନ ସମୟରେ ସରକାର ବଡ ବଡ କଥା କହୁଥିଲେ ମଧ୍ୟ ତାହାର କିଛି ସୁଫଳ ମିଳୁ ନାହିଁ । ଦିନକୁ ଦିନ ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାର କମିବାରେ ଲାଗିଛି । ଭାଷାର ବ୍ୟବହାର ପାଇଁ କୌଣସି କଡା ପଦକ୍ଷେପ ନିଆଯାଉ ନାହିଁ । ମଝିରେ ମଝିରେ ସଚେତନ ନାଗରିକମାନେ ଏହି ପ୍ରସଙ୍ଗ ଉଠାଉଥିଲେ ବି ସରକାର ଶୁଣି ନଶୁଣିଲା ପରି ରହିଯାଉଛନ୍ତି । ଜଣେ ଅବସରପ୍ରାପ୍ତ ମୁଖ୍ୟ ସଚିବ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ରାଜ୍ୟ ସରକାରଙ୍କର ଓଡିଆ ଭାଷା ପ୍ରତି ଆଦର ନାହିଁ । ପ୍ରଶାସନର ସର୍ବୋଚ୍ଚ ପଦବିରେ ଥିବା ଜଣେ ବ୍ୟକ୍ତିଙ୍କର ଏହି ସ୍ୱୀକାରୋକ୍ତି ହିଁ ଓଡିଆ ଭାଷାପ୍ରତି ସରକାରୀ ଅବହେଳାର ଗମ୍ଭୀରତାକୁ ସୂଚାଉଛି । ଓଡିଆ ଭାଷାର ଅତୀତ ଏତେ ସମୃଦ୍ଧ ଥିଲା ଯେ ତାହା ଉପରେ ଗବେଷଣା କରି ବିଦ୍ୱାନମାନେ ଶାସ୍ତ୍ରୀୟ ମାନ୍ୟତା ପାଇଁ ସବୁ ପ୍ରକାର ବଳିଷ୍ଠ ଯୁକ୍ତି ପ୍ରସ୍ତୁତ କଲେ, କିନ୍ତୁ ଭାଷାକୁ ଆଗକୁ ନେବା ପାଇଁ ସରକାରୀ ନିଷ୍କ୍ରିୟତା ସଚେତନ ଓଡିଆମାନଙ୍କୁ ଚିନ୍ତିତ କରିଛି ବୋଲି ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଓ ଉପସ୍ଥିତ ବୁଦ୍ଧିଜୀବୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଥିଲା।
ସବୁ ବର୍ଗର ଖବର ଏକ ସୁନ୍ଦର ପାକ୍ଷିକ ସମ୍ବାଦ ର ଦସ୍ତାବିଜ ।ଏହାର ଶବ୍ଦସଂଯୋଜନା ଉନ୍ନତ ମାନର ।
ଏହା ସବୁ ଶ୍ରେଣୀର ଲୋକଙ୍କ ପାଇଁ ସବୁ ଖବର ଗୋଟିଏ ସମୟ ରେ ଯୋଗାଇ ଦିଏ ତାହା ମାସକୁ ଦୁଇ ଥର।
ଏହା ଭିନ୍ନ ଭାବରେ କୁହାଯାଇ ପାରେ ” ଛୋଟ ପ୍ଯାକେଟ ବଡ ଧମାକା “।
ସଂପାଦକଙ୍କୁ ଅଜସ୍ର ଧନ୍ୟବାଦ୍ ।
ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
ଓଡିଆ କବିତା ଟିଏ ପ୍ରତି ପାକ୍ଷିକ ପ୍ରକାଶନ ରେ ସ୍ଥାନ ସ୍ଥାନ ଦିଅନ୍ତୁ ।
ଆଉ ଏକ ଧନ୍ୟବାଦ୍ ।
ପ୍ରଫୁଲ୍ଲ କୁମାର ଦାଶ ଏଡଭୋକେଟ ଓ ମୁକ୍ତ ସାମ୍ବାଦିକ ଜୟପୁର ଏବଂ ଜୟପୁର ସିଟିଜେନ୍ କମିଟି ର ମିଡିଆ ଇନ୍ ଚାର୍ଜ।
An interesting discussion is definitely worth comment. I do believe that you should publish more about this subject, it may not be a taboo matter but typically people dont discuss these subjects. To the next! Many thanks!!
Itís hard to find educated people on this topic, but you sound like you know what youíre talking about! Thanks