Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖାର ନିର୍ବାଚନୀ ବୈଠକ

1 min read

ଜୟପୁର,(ସଖପ୍ର): ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖାର ନିର୍ବାଚନ ବୈଠକ ଆଜି ଯାଦବ ଭବନ ଠାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଉପସଭାପତି ବିନୋଦ ମହାପାତ୍ର ଏଥିରେ ପର୍ଯବେକ୍ଷକ ଭାବେ ଯୋଗ ଦେଇଥିଲେ । ସର୍ବସମ୍ମତି କ୍ରମେ ଏହି ବୈଠକରେ ଉପଦେଷ୍ଟା ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି, ବିନୋଦ ମହାପାତ୍ର ଏବଂ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ସେହିପରି ସଭାପତି ଭାବେ ମଦନ ମୋହନ ନାୟକ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଗୁପେଶ୍ୱର ଦଣ୍ଡସେନାଙ୍କୁ ଚୟନ କରାଯାଇଥିଲା । ଜିଲ୍ଲା କମିଟିର ଉପସଭାପତି ରୂପେ କୃଷ୍ଣ ଚନ୍ଦ୍ର ନେପାକ ଏବଂ ରାଜେନ୍ଦ୍ର କୁମାର ଗୌଡ଼ଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ରୂପେ ନବୀନ ମାଦଳା ଏବଂ କୋଷାଧ୍ୟକ୍ଷ ରୂପେ ନରେଶ ମହାକୁଳଙ୍କୁ ଚୟନ କରାଯାଇଥିଲା । ଏଥିରେ ଯୁଗ୍ମ ସମ୍ପାଦକ ରୂପେ ଚନ୍ଦ୍ରକାନ୍ତ ସୁତାର ଏବଂ ନବକୃଷ୍ଣ ରଥଙ୍କୁ ଚୟନ କରାଯାଇଥିବା ବେଳେ ପରମେଶ୍ୱର ପାତ୍ରଙ୍କୁ ସଂଗଠନ ସମ୍ପାଦକର ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ପରିଷଦକୁ ବିରେନ ମୋହନ ପଟ୍ଟନାୟକ, ଵାଲା ରାୟ, ଦେବେନ୍ଦ୍ର ବାହିନୀପତି, ଡ଼.ସୁରେଶ ଦାସ, ବିନୋଦ ମହାପାତ୍ର, ହରିହର କରସୁଧା ପଟ୍ଟନାୟକ, ଦୂର୍ଗା ଶଙ୍କର ସାହୁ ଏବଂ ଗଦାଧର ପରିଡାଙ୍କୁ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ଏହି ନୂତନ କମିଟି ଆସନ୍ତା ତିନି ବର୍ଷ ପାଈଁ କାର୍ଯ୍ୟ କରିବ ବୋଲି କେନ୍ଦ୍ରୀୟ ଉପସଭାପତି ଜଣାଇଥିଲେ । ଜିଲ୍ଲା କାର୍ଯ୍ୟକାରୀ କମିଟିରେ 35 ଜଣ ସଦସ୍ୟଙ୍କୁ ନିଆଯାଇଥିଲା । ଆଗାମୀ ଦିନରେ କୋଟିଆ ଅଞ୍ଚଳର ବିକାଶ ଏବଂ ବିବାଦ ମୁକ୍ତ ପାଇଁ ସମ୍ମିଳନୀ ଲଢ଼େଇ କରିବ ବୋଲି ଘୋଷଣା କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ଘରୋଇ ଏବଂ ସରକାରୀ ଅନୁଷ୍ଠାନର ନାମ ଫଳକ ଓଡ଼ିଆରେ ଲେଖା ପାଇଁ ପଦକ୍ଷେପ ନେବାକୁ ବୈଠକରେ ସ୍ଥିର ହୋଇଥିଲା । ବୈଠକରେ କ୍ଷେତ୍ରବାସୀ ପଣ୍ଡା, ପ୍ରତାପ ମାଦଳା, ଜିତେନ୍ଦ୍ର ସାହୁଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

2 thoughts on “ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖାର ନିର୍ବାଚନୀ ବୈଠକ

  1. I was very happy to find this website. I want to to thank you for ones time due to this fantastic read!! I definitely loved every part of it and i also have you book-marked to check out new stuff on your site.

Leave a Reply

Your email address will not be published. Required fields are marked *