Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଇମ୍ଫାରେ ବୃହତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପର ସଂଯୋଗ ଓ ସମନ୍ବୟ ସମ୍ମିଳନୀ

1 min read

ରାୟଗଡା ୧୪/୦୯(ସଖପ୍ର): ଥେରୁବାଲି ସ୍ଥିତ ଇମ୍ଫା କାରଖାନା ସମ୍ମିଳନୀ କକ୍ଷରେ , ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ତରଫରୁ ଏକ କ୍ଷୁଦ୍ର,ମଧ୍ଯମ, ବୃହତ ଶିଳ୍ପ ସ୍ତରୀୟ ସଯୋଂଗ ଓ ସମନ୍ନୟ ସମିଳନି ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାୟଗଡା ଓ ଆଖପାଖ ଅଚଂଳ ର କ୍ଷୁଦ୍ର ଓ ମଧ୍ଯମ ଶିଳ୍ପଦ୍ଯୋଗି ମାନେ ଅଶଂଗ୍ରହଣ କରିଥିଲେ । ଏହି ସମ୍ମିଳନୀକୁ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୂଖ୍ଯ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରିଥିଲେ । ରାୟଗଡା ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ଯ ସାଚୀ ସାହୁ ଅତିଥି ମାନକୁଂ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଆଚଂଳିକ ଶିଳ୍ପ କେନ୍ଦ୍ରର ମହା ପ୍ରବନ୍ଧକ ଶ୍ରୀ ବିକାଶ ଚନ୍ଦ୍ର ବାଇନ୍ ସମ୍ମିଳନୀ ଟିକୁ ସଂଯୋଜନା କରିବା ସହିତ ବୃହତ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ସମନ୍ନୟ ରକ୍ଷା କରିବାରେ ଆମେ ସଦା ଶର୍ବଦା ଅଗିଂକାର ବଦ୍ଦ ବୋଲି ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ମୂଖ୍ଯ ଅତିଥି ଜିଲ୍ଲାପାଳ ତଥା ସମ୍ମିଳନୀର ଅଧ୍ଯକ୍ଷ , ସମସ୍ତେ ସମସ୍ତକୁଂ ସାହାର୍ଯ୍ଯ ଓ ସହଯୋଗ କରି ବ୍ଯବସାୟିକ ପ୍ରତିଷ୍ଠାନ ମାନକଂର ଉର୍ଣ୍ଣତ୍ତି ହେଲେ ଲୋକକଂର ମୁଣ୍ଡପିଛା ଆୟ ବଢିବା ସହିତ ବେରୋଜଗାରୀ ଦୁର ହୋଇ ପାରିବ ଏବଂ ଆଜିର ଯୁବ ଶକ୍ତି ପାଇଁ ଏହା ନିତ୍ଯାନ୍ତ ଆବଶ୍ଯକ ବୋଲି କହିଥିଲେ । ଏହି ସମ୍ମିଳନୀର ସହ ଅଧ୍ଯକ୍ଷ ତଥା ଇମ୍ଫାର ଉପ ସଭାପତି (ଉପ୍ତାଦନ) ଶ୍ରୀ କେ ଭେକଂଟେଶ୍ବର ରାଓ କ୍ଷୁଦ୍ର ଶିଳ୍ପର ପ୍ରତିନିଧି ମାନେ ସମୟାନୁକ୍ରମେ କାରଖାନାକୁ ଆସି ବୃହତ ଶିଳ୍ପର ଚାହିଦା ଏବଂ ଗୁଣାତ୍ମକ ବିଷୟରେ ବୁଝା ବୁଝି କରି ସମନ୍ନୟ ରକ୍ଷା କରିପାରିଲେ ସମସ୍ତିକଂର ଉନ୍ନତି ହେବ ଏବଂ ଇମ୍ଫା ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଆହ୍ବାନ ଦେଇଥିଲେ । ଉକ୍ତ ସମ୍ମିଳନୀରେ ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ଶ୍ରୀ ଏ ଗୋବିନ୍ଦ ରାଓ ଓ ଅଗ୍ରଣୀ ବ୍ଯାକଂର ମୂଖ୍ଯ ପରିଚାଳକ ଶ୍ରୀ ଧିରେନ୍ଦ୍ର ବିହାରୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ଯମାନକଂ ମଧ୍ଯରେ ଆଚଂଳିକ ଶିଳ୍ପ କେନ୍ଦ୍ରର ଶ୍ରୀ ସୌମିତ୍ର ପଟ୍ଟନାଏକ ଏବଂ ଶ୍ରୀ ଶିବଲାଲ୍ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ । ଉପ ମହାପ୍ର ଭନ୍ଧକ ( ବ୍ଯବସାୟିକ) ଶ୍ରୀ ବିଭୁତି ଭୁଷଣ ପଟ୍ଟନାଏକ ଇମ୍ଫାର ଆବସ୍ଯକତା ବିଷୟରେ ସମସ୍ତକୁଂ ବୁଝାଇ ଥିଲେ । ଇମ୍ଫାର ଉପ ମହା ପ୍ରବନ୍ଧକ ( ମାନବ ସଂବଳ ଓ ପ୍ରଶାସନ) ଶ୍ରୀ କଲୋଳ କୁମାର ନାୟକ କଂ ତତ୍ବାବଧାନରେ ଏହି କାର୍ଯ୍ଯ କ୍ରମଟି ଆୟୋଜନ କରା ଯାଇଥିଲା । ସମ୍ମିଳନୀରେ ଇମ୍ଫାର ଆବସ୍ଯକତା ସହିତ କ୍ଷୁଦ୍ର ଶିଳ୍ପ ମାନକଂର ଆଲୋଚନା ଖୋଲା ଖୋଲି ଓ ପ୍ରାଜଂଳ ଭାବରେ ହୋଇଥିଲା ଏବଂ ଉପସ୍ଥିତ ଅତିଥି ମାନେ ଏହାକୁ ଭୃୟଷିଂ ପ୍ରଶଂସା କରିଥିଲେ । ସେଷରେ ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ଯ ସାଚୀ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।


ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *