Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଇଚ୍ଛାମୃତ୍ୟୁ ମାଗୁଥିବା ଝିଅକୁ ମିଳିଲା ପ୍ରଶାସନର ସହାୟତା

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ସରଗି ଗୁଡା ଗାଁର ଝିଅ ଚମ୍ପା |ସେ ଇଛାମୃତ୍ୟୁ ପାଇଁ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ମାଗିଥିଲେ |ବିଭିନ୍ନ ଗଣମାଧ୍ୟମରେ ଏହି ବିଷୟରେ ବାହାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଆସିଲା |ତାପରେ ଜିଲ୍ଲାପାଳ ଏକ ଡାକ୍ତରୀ ଦଳକୁ ସରଗୀଗୁଡା ଗାଁକୁ ପଠାଇଥିଲେ |ତାର ଅବସ୍ଥା ଠିକ ନ ଥିବାରୁ ପ୍ରଶାସନ ତାକୁ ଆଣି ହସ୍ପିଟାଲରେ ଭର୍ତ୍ତି କରି ତାର ଚିକିତ୍ସା କରୁଛନ୍ତି |ସୂଚନା ଥାଉକି, ଚମ୍ପା ୨୦୦୬ ମସିହାରେ ଯେତେବେଳେ ସପ୍ତମ ପଢ଼ୁଥିଲେ ସେ ସମୟରେ ଦେହ ଖରାପ ହୋଇ ଶଯ୍ୟାସାୟୀ ହୋଇପଡିଲା |ତେର ବର୍ଷ ପରେ ଅର୍ଥାତ ଏବେ ସେ ଇଚ୍ଛାମୃତ୍ୟୁ ଆବେଦନ କରିବାପରେ ପ୍ରଶାସନ ତା ପାଖରେ ପହଂଚିଛି |ଦେଖିବାକୁ ବାକି ରହିଲା ସେ କେବେ ସମ୍ପୂର୍ଣ୍ଣ ସୁସ୍ଥ ହେଉଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *