Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଶ୍ରମ ବିଦ୍ୟାଳୟରେ ଛାତ୍ରର ସନ୍ଦେହ ଜନକ ମୃତ୍ୟୁ

1 min read

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ।ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଅବହେଳା ପାଈଁ ପୁଅର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାତିରେ ଅନୁପସ୍ଥିତ ରହୁଛନ୍ତି ବୋଲି ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅଭିଯୋଗ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଶ୍ରୀଧରର ଦେହ ଅସୁସ୍ଥ ହେବାରୁ ସାଥି ଛାତ୍ର ମାନେ ପ୍ରଥମେ ଦେଶୀ ମେଡ଼ିସିନ ଦେଇ କିଛି ସମୟ ଅପେକ୍ଷା ପରେ ବି ଦେହ ସୁସ୍ଥ ନହେବାରୁ ବିଦ୍ୟାଳୟର ପିଅନ ଓ ଛାତ୍ର ମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଖଇରପୁଟ ମେଡିକାଲକୁ ଆଣିଥିଲେ। ଖଇରପୁଟ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୃତ୍ୟୁ ଖବର ପାଇ ମେଡିକାଲରେ ପହଁଚି ଥିବା ବେଳେ ଚିତ୍ରକୋଣ୍ଡା ଏସଡିପିଓ, ଓର୍କେଲ ପୋଲିସ, ମୁଦୁଲିପଡା ପୋଲିସ ଖଇରପୁଟ ବିଡିଓ ଓ ତହସିଲଦାର ମେଡିକାଲରେ ପହଞ୍ଚିଛନ୍ତି।ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବିକରିଛନ୍ତି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *