Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କଲା ଆର. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ…

1 min read

ମାଲକାନଗିର(ସଖପ୍ର) : ଆତ୍ମସମର୍ପଣ କରିଛି ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ । ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓ ସମ୍ପାଦକ ଏମ. ଜଳନ୍ଧର ରେଡି ଓରଫ କ୍ରିଷ୍ଣା ଆଜି ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ନକ୍ସଲ ନେତା କ୍ରିଷ୍ଣା ନାଁରେ ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ଜିଲ୍ଲାର ବିଭିନ୍ନ ଥାନାରେ ଶତାଧିକ ମାମଲା ରହିଛି । ଏଥିସହ ତାକୁ ଧରିବା ପାଇଁ ତିନି ରାଜ୍ୟର ପୋଲିସ ୩୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସର ଲଗାତାର ଅପରେସନ ପରେ ଶେଷରେ ଆନ୍ଧ୍ର ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ମାଓ ନେତା କ୍ରିଷ୍ଣା । ମାଓ ସଙ୍ଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଏହି କୁଖ୍ୟାତ ମାଓବାଦୀକୁ ଥଇଥାନ ନିୟମ ଅନୁଯାୟୀ ୨୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହ ଘର ଯୋଗାଇଛି ଆନ୍ଧ୍ର ପୋଲିସ । କ୍ରିଷ୍ଣା ନାଁରେ ମାଲକାନଗିରି ଜିଲ୍ଲାରେ ପୂର୍ବରୁ ଅନେକ ମାମଲା ରହିଥିବାରୁ ମାଲକାନଗିରି ପୋଲିସ ତାକୁ ରିମାଣ୍ଡରେ ଆଣିପାରେ ବୋଲି ଚର୍ଚ୍ଚା ହେଉଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *