Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଦିବାସୀ ଗୋଷ୍ଠୀ ମଧ୍ୟରେ ପରବର୍ତ୍ତକ ସୃଷ୍ଟି କରିବା ନିମନ୍ତେ କର୍ମଶାଳା

1 min read


ରାୟଗଡା(ସଖପ୍ର):ରାୟଗଡ଼ ଜିଲ୍ଲାରେ ଉଦୟ ମିଶନ ପ୍ରକଳ୍ପ ଦ୍ୱାରା ଡି ଆର୍ ଡି ଏ ସଦଭାବନା ଗୃହରେ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଜିଲ୍ଲାପାଳ ଶ୍ରୀଯୁକ୍ତ ସୋରାଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ପ୍ରକଳ୍ପ ପରିଚାଳକ ଶ୍ରୀମତୀ ସ୍ମୃତିସାଥି ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରିଥିଲେ । ମୁଖ୍ୟତଃ ଦୁର୍ଗମ ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ଯୁବକ, ଯୁବତୀ ମାନଙ୍କୁ ଉଦ୍ୟୋଗୀ ସୃଷ୍ଟି କରିବ। ବେକାର ଯୁବକ ଯୁବତୀ ମାନଙ୍କୁ ସମାଜର ମୁଖ୍ୟ ଶ୍ରୋତକୁ ଆଣିବା, ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା, ଗ୍ରାମାଞ୍ଚଳର ଲୋକମାନଙ୍କୁ ଶିକ୍ଷା, ଜୀବିକା ଉପରେ ସଚେତନ କରିବା, ସେମାନଙ୍କ ଦକ୍ଷତା ବୃଦ୍ଧି ଓ ବିକାଶ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଜୀବନଧାରଣର ମାନବୃଦ୍ଧି କରିବା ନିମନ୍ତେ କାର୍ଯ୍ୟ କରିବା । ରାୟଗଡା ଜିଲ୍ଲାର ସମସ୍ତ 11ଗୋଟି ବ୍ଲକକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଉଛି । ବର୍ତ୍ତମାନ ପ୍ରାୟ 335 ଜଣକୁ ତାଲିମ ମଧ୍ୟରେ ସାମିଲ କରାଯାଇ ପରିବର୍ତ୍ତକ ସୃଷ୍ଟି କରାଯାଇଚ୍ଛି । ଆହୁରି 100 ଜଣକୁ ସାମିଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଉକ୍ତ କାର୍ଯ୍ୟକ୍ରମ ଦୀର୍ଘ ତିନି ବର୍ଷ ହବ।ୟୁନିଏଫପିଏ,କିସ୍,ଆରଇସି ଫାଉଣ୍ଡେସନ ଏବଂ ଆରଇସି ସହଯୋଗରେ ଚାଲୁଅଛି।
ଆଜିର କାର୍ଯ୍ୟକ୍ରମରେ ନୂତନ ପିଡି ଡିଆରଡିଏ ଶ୍ରୀ ମହେଶ୍ୱର ନାୟକ, ଡବ୍ଲୁ ଓ, ୱାହିଦା ବେଗମ , ଅତିରିକ୍ତ ଏସପି, ସରପଞ୍ଚ କୁଲି ହାର ପ୍ରସାଦ ହେପୃକ,ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। କିସ ତରଫରୁ ପ୍ରକଳ୍ପ ପରିଚାଳକ ଶ୍ରୀମତୀ ସ୍ମୃତିସାଥି ସାହୁ, ପ୍ରକଳ୍ପ ସଂଯୋଜକ ସବ୍ୟସାଚୀ ରାଉତ, ଆଞ୍ଚଳିକ ସଂଯୋଜକ ରାଜେଶ ପ୍ରଧାନ, ଜିଲ୍ଲା ସଂଯୋଜକ ରନିତ ଶବର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ନଜର ବକ୍ତବ୍ୟରେ କହିଥିଲେ ସମାଜର ପରିବର୍ତ୍ତନ କେବଳ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକାର ଉନ୍ନତି ବିନା ସବୁ ସ୍ବପ୍ନ, ଯେ ପର୍ଯ୍ୟନ୍ତ ଆଦିବାସୀ ଯୁବକ ଯୁବତୀ ନିଜ ଲୋକ ପାଇଁ କାର୍ଯ୍ୟ ନକରିବେ। ସେଥିପାଇଁ ନିଜ ନିଜ ଅଂଚଳରେ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନିଜ ସମାଜର ଉନ୍ନତି ନିମନ୍ତେ ଭଲ ପ୍ରସ୍ତାବ ଆସିଲେ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯିବ ଏବଂ ଏଥି ନିମନ୍ତେ ଆବଶ୍ୟକ ଜିଲ୍ଲା ପ୍ରଶାସନର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତତ୍ ସହିତ ପିଡି ଡିଆରଡିଏ ଶ୍ରୀ ମହେଶ୍ୱର ନାୟକ ମଧ୍ୟ ଉଦୟ ସାଥି ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଜନାବ ଶେଖ ଅଲନୂର ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *