Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅଜଣା ଗାଡ଼ି ଧକ୍କାରେରେ ବାଇକ ଆରୋହି ମୃତ,ଜଣେ ଗୁରୁତର

1 min read

ରାୟଗଡା ୨୦/୦୭(ସଖପ୍ର):ଆଜି ରାୟଗଡ଼ା-ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଗୁମୁଡ଼ା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ବାଇକ ଆରୋହି ଜଣେ ମୃତ ଅନ୍ୟ ଜଣେ ଗୁରୁତର। ଗୁରୁତରଙ୍କୁ ନିକଟସ୍ଥ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗୁମୁଡ଼ାର ଏନ. କୁନା(40)। ଆଜି ଏନ.କୁନା ଏବଂ ମିଟୁ ପାଲକା କୋୖଣସି ଏକ କାମରେ ଯାଇ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଗୁଡାରୀ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯିବା ଫଳରେ ଘଟଣା ସ୍ଥଳ ରେ ଏନ. କୁନାଙ୍କ ମୃତ୍ୟୁ ହୋଇଥିବା ବେଳେ ମିଟୁ ପାଲକାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ଗୁମୁଡ଼ା ବାସୀ ଆଜି ରାୟଗଡା -ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ କରିଥିବା ଯୋଗୁଁ ଉଭୟ ପାର୍ଶ୍ୱରେ ଗାଡି ବସ ଟ୍ରକ ଆଦି ଯାନ ଠିଆ ହୋଇ ରହିଛି। ଖବର ପାଇ ଗୁଡାରୀ ପୋଲିସ ଆସି ଘଟଣାର ତଦନ୍ତ ଚଳାଇବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପୋଲିସ ଉପସ୍ଥିତିରେ ମୃତ ଦେହକୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଦିଆଯଇଛି।


ରାୟଗଡା ପ୍ରତିନିଧି ଅମୂଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *