Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅଚାନକ କିଛି ବେଆଇନ ବାଣ କାରଖାନା ଉପରେ ଚଢ଼ାଉ ୧୨ ଅଭିଯୁକ୍ତ ଗିରଫ

1 min read

ଜଗତପୁର/ସାଲେପୁର:୨୦-୧୦-୨୦୧୯(ଏନ.ପୁରୁଷୋତ୍ତମ ରେଡ୍ଡି) ବେଆଇନ୍ ବାଣ ପ୍ରସ୍ତୁତ କରା ଯାଉଥିବା ସମୟରେ କାଲି ସକାଳ ସାଢେ ୪ ବେଳେ ଜଗତପୁର ଥାନା ଅଧୀନ ପଦ୍ମପୁର ଅଞ୍ଚଳର ତ୍ରିଲୋଚନପୁର ଓ ମହାଜନପୁର ପଲିସ ୧୨ ଜଣଙ୍କୁ ଗିରଫ କରି ଛି। ଅଭିଯୁକ୍ତମାନେ ହେଲେ ତ୍ରିଲୋଚନପୁର ଗ୍ରାମର ଜଗା ମାଝି,ପ୍ରତାପ ଚନ୍ଦ୍ର ଘଡେଇ,ଯୋଗେନ୍ଦ୍ର ମାଝି, ଚମେଶ ଚନ୍ଦ୍ର ଘଡେଇ,ବଟେଶ୍ୱର ଘଡେଇ,ଧନେଶ୍ୱର ଘଡେଇ,ସଞ୍ଜୟ ଘଡେଇ,ପ୍ରଶାନ୍ତ କୁମାର ସାହୁ, କୃଷ୍ଣଚନ୍ଦ୍ର ସାହୁ,ରଞ୍ଜନ ଘଡେଇ ଓ ମହାଜନପୁର ଗ୍ରାମର ନରେନ୍ଦ୍ର ନାୟକ ଓ ବୁଲୁ ମଲ୍କ। ଗିରଫ ବାଣ ବ୍ୟବସାୟୀମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ସୂଚନା ଥାଉକି ପ୍ରଶାସନ ପକ୍ଷରୁ ଦୀପାବଳି ସମୟରେ ବେଆଇନ ବାଣ ପ୍ରସ୍ତୁତ ପାଇଁ କଟକଣା ଜାରି ସତ୍ତ୍ବେ ପଦ୍ମପୁର ଅଞ୍ଚଳରେ ବାଣ ପ୍ରସ୍ତୁତ ଚାଲିଥିଲା। ଏଠାରେ କିଛି ବାଣ ବ୍ୟବସାୟୀ ଲାଇସେନ୍ସ ନେଇ ବାଣ ପ୍ରସ୍ତୁତ କରୁଥିବାବେଳେ ଅନ୍ୟ କେତେକ ବ୍ୟବସାୟୀ ବେଆଇନ୍ ଭାବେ ବାଣ କାରଖାନା ଚଳାଇଥିଲେ। ଏ ସଂକ୍ରାନ୍ତରେ ଅଭିଯୋଗ ଆସିବା ପରେ ପଲିସ କମିସନର୍ ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଓ ଡିସିପି
ଅଖିଳେଶ୍ୱର ସିଂଙ୍କ ନିର୍ଦେଶ କ୍ରମେ ଏକ ପୋଲିସ ଟିମ୍ ପଦ୍ମପୁରର ବିଭିନ୍ନ ସାହିରେ ଚଢଉ କରିଥିଲା। ଏସିପି ମାନସ ରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଜଗତପୁର ଥାନା ଅଧିକାରୀ ପ୍ରଦୀପ୍ତ କୁମାର ନାୟକଙ୍କ ସହଯୋଗରେ ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ,ମର୍କତ ନଗର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର,ମାଲଗୋଦାମ ଥାନା ଅଧିକାରୀ ରବିନାରାୟଣ ଭଞ୍ଜ, ଚାଉଳିଆଗଞ୍ଜ ଥାନା ଅଧିକାରୀ ଦୀପକ ମିଶ୍ର, ମଧୁପାଟଣା ଥାନା ଅଧିକାରୀ ତୁଷାରକାନ୍ତ ସେଠୀଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ଅଧିକାରୀ ସାମିଲ ହୋଇଥିଲେ। ୪ପ୍ଲାଟୁନ ଫୋର୍ସ ସହାୟତାରେ ଶୁକ୍ରବାର
ବିଳମ୍ବିତ ରାତ୍ରରିେ ଏହି ଟିମ୍ ତ୍ରିଲୋଚନ ପୁର,ହାତୀଖାନା ଓ ମହାଜନପୁର ଗ୍ରାମରେ ଚଢଉ କରିଥିଲେ। ରାତ୍ରରେ ବେଆଇନ ବାଣ ପ୍ରସ୍ତୁତ ହେଉଥିବା ଘର ଉପରେ ଚଢଉ ସମୟରେ ସେଠାର ଗଛିତ ଥିବା ଗନ ପାଉଡର-୨୫କେଜି ୪ଶହ ଗ୍ରାମ,ପଟାସ-୧୪କେଜି, ମେଟାଲ ବ୍ଲାକ ପାଉଡର-୩୫କେଜି, ଆଲୁମିନିୟମ ଡଷ୍ଟ, ଲୁହାଗୁଣ୍ଡ-୧୫କେଜି ଏବଂ ୧୦ହଜାର ବାଣ ପେଟି ଜବତ କରାଯାଇଛି। ଚଢଉ ସମୟରେ ପୋଲିସ ଫୋର୍ସ ସମଗ୍ର ଗ୍ରାମ ଘେରାଉ କରି ରଖିଥିଲେ। ଫଳରେ ବାଣ ପ୍ରସ୍ତୁତକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ବାଣ ପ୍ରସ୍ତୁତ ହେଉଥିବା ଏହି ଅଞ୍ଚଳରେ​ ବିସ୍ପୋରଣ ଯୋଗଁ ବିଭିନ୍ନ
ସମୟରେ ଦୁର୍ଘ ଟଣା ଘଟୁଥିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ
ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଜନବସତି
ଅଞ୍ଚଳରେ ବେଆଇନ ବାଣ ପ୍ରସ୍ତୁତ କରାନଯିବା ପାଇଁ
କଟକଣା ସତ୍ତ୍ବେଚୋରାରେ ବିପଦପୂର୍ଣ୍ଣ ଭାବେ ବାଣ ପ୍ରସ୍ତୁତି
ଚାଲିଥିଲା। ବଡ଼ ଧରଣର ଅଘଟଣକୁ ରୋକ ଲଗାଇବା ପାଇଁ
ପଲିସ ପ୍ରଶାସନ ନିକଟରେ ଖବର ପହଞ୍ଚବା ପରେ ଏଭଳି
ଚଢଉ କରାଯାଇଛି। ଅଭିଯୋଗ ମିଳିଲେ ପନୁର୍ବାର ଚଢଉ
କରାଯିବ ବୋଲି ଡିସିପି ସିଂହ କହିଛନ୍ତି୍।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *