Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ତେନ୍ତୁଳିଖୁଣ୍ଟି ବ୍ଳକରେ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀପତ୍ର ଦାଖଲ କଲେ ୧୯୮ ଜଣ

1 min read

ନବରଙ୍ଗପୁର ଜିଲ୍ଲା (ସଖପ୍ର): ତେନ୍ତୁଳିଖୁଣ୍ଟି ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ୫ ଦିନ ମଧ୍ୟରେ ବିଭିନ୍ନ ଗ୍ରାମରୁ ମୋଟ ୧୯୮ ଜଣ ପ୍ରାର୍ଥୀ ନିଜନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ୍ ର ମୋଟ ୩୧୮ ଜଣ, ୬୬ ଜଣ ସରପଞ୍ଚ, ୬୧ ଜଣ ସମିତୀ ସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ୧୫ଟି ଗ୍ରାମ ପଞ୍ଚାୟତ ରହିଥିବାବେଳେ ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ୧- ଅମଲାଭୋଟା ଗ୍ରାମ ପଞ୍ଚାୟତ ଠାରୁ ୪ ଜଣ, ୨- ଅଞ୍ଚଳ ଗୁମା ଠାରୁ ୩ ଜଣ, ୩- ଦିଗ ଠାରୁ ୭ ଜଣ, ୪- ଗୌଡ ଦେଓପାଲି ଠାରୁ ୩ ଜଣ, ୫- ଝରିଗୁମା ଠାରୁ ୬ ଜଣ, ୬- କୁକୁଡ଼ାବାଇ ଠାରୁ ୩ଜଣ, ୭- ଲମତା ଗୁଡା ଠାରୁ୧୦ ଜଣ, ୮- ମଞ୍ଚା ଗାଁ ଠାରୁ ୩ ଜଣ, ୯- ପରଜା ବାରଙ୍ଗ ପଦର ଠାରୁ ୫ଜଣ, ୧୦- ପୂଜାରୀଗୁଡା ଠାରୁ ୩ ଜଣ, ୧୧- ପାତ୍ରପୁଟ ଠାରୁ ୪ ଜଣ, ୧୨- ତେନ୍ତୁଳିଖୁଣ୍ଟି ଠାରୁ ୪ ଜଣ, ୧୩- କଂଗ୍ରା ୨ ଜଣ, ୧୪- କଣ୍ଟା ଗାଁ ଠାରୁ ୪ ଜଣ, ୧୫- କାମତା ଠାରୁ ୫ ଜଣ ଲେଖାଏଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଏବଂ ସେହିପରି ସମିତୀ ସଭ୍ୟ ପ୍ରାର୍ଥୀ ପାଇଁ ଅମଳା ଭଟ୍ଟା ୩, ଅଞ୍ଚଳ ଗୁମା୬, ଦିନି ୩, ଗୌଡ଼ ଦେଓପାଲି ୩, ଝରିଗୁମା ୬, କୁକୁଡ଼ାବାଇ ୯, ଲମତା ଗୁଡ଼ା ୪, ମଞ୍ଚା ଗାଁ ୪, ପରଜା ବାରଙ୍ଗ ପଦର ୩, ପୁଜାରିଗୁଡ଼ ୩, ତେନ୍ତୁଳିଖୁଣ୍ଟି୨ ପାତ୍ରପୁଟ୪ କଂଗ୍ରା୩ କଣ୍ଡା ଗାଁ୩ କାମତା୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଭଗବାନ କାହା ଉପରେ ଆଶୀର୍ବାଦ ପ୍ରଦାନ କରିବେ ତାହା ଦେଖିବାକୁ ବାକି ରହିଲା।

ପ୍ରତିନିଧି ସଞ୍ଜିବ ଖୁରା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *