Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ତେନ୍ତୁଳିଖୁଣ୍ଟି ବ୍ଲକରେ ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

1 min read

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି ୨୭/୧୧(ସଖପ୍ର) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନାରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ସରକାର ସ୍ବାସ୍ଥ୍ଯ ସଂଜୀବନି କାର୍ଡ ବଣ୍ଟନରେ ନବରଙ୍ଗପୁର ଜିଲ୍ଲାକୁ ସାମିଲ କରିଥିବାବେଳେ ଜିଲ୍ଲାର ପ୍ରତିଟି ବ୍ଲକରେ ଏହି କାର୍ଡ ବଣ୍ଟନ କରାଯିବ। ତେଣୁ ଆଜି ତେନ୍ତୁଳିଖୁଣ୍ଟି ବ୍ଲକରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ BSKY ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ଅନ୍ୟ ଅଂଚଳରେ ଏହି ବଣ୍ଟନ ଆରମ୍ଭ ହୋଇସାରିଥିବା ବେଳେ ତେନ୍ତୁଳିଖୁଣ୍ଟିରେ ଆରମ୍ଭ ହେବା ନେଇ ଅଞ୍ଚଳବାସୀ ଅପେକ୍ଷାରେ ଥିଲେ। ପୁରା ବ୍ଲକର ୧୫ ପଞ୍ଚାୟତର ୨୫,୧୪୩ ପରିବାର ଏହି କାର୍ଡ ପାଇବାକୁ ଥିବାବେଳେ, ଆଜି ୫୦ ପରିବାରକୁ ପ୍ରାରମ୍ଭିକ ଭାବରେ ଏହି କାର୍ଡ ବଣ୍ଟନ କରାଯାଇଛି। ଆଗାମୀ ୫ଦିନରେ ଅନ୍ୟ ପରିବାରଙ୍କୁ ଏହି କାର୍ଡ ଯୋଗାଯିବ ବୋଲି କୁହାଯାଇଛି। ରାଜ୍ୟବାସୀଙ୍କୁ ମାଗଣା ସ୍ମାର୍ଟ ସ୍ବାସ୍ଥ୍ଯ ସେବା ବିନା ମୂଲ୍ୟରେ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି। ଯାହାକି ବିଶେଷ ଭାବରେ ଗରିବ ତଥା ମଧ୍ୟବିତ ଶ୍ରେଣୀର ଲୋକଙ୍କୁ ସୁହାଇବା ନେଇ ଚର୍ଚା ହେଉଛି। ଲୋକେ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡିଲେ ଜମିବାଡି ବିକ୍ରି ନକରି ଏହି କାର୍ଡ ମାଧ୍ୟମରେ ଦେଶର ୨୦୦ ବଡ ଡାକ୍ତରଖାନାରେ ଚିକିତ୍ସା ପାଇପାରିବେ ବୋଲି କୁହାଯାଇଛି। ପ୍ରତିଟି ଜୀବନର ମୂଲ୍ୟକୁ ହୃଦବୋଧ କରି, କେହିବି ଯେପରି ସ୍ବାସ୍ଥ୍ଯ ଜନିତ ସମସ୍ୟାରୁ ମୃତ୍ୟୁ ମୁଖରେ ନପଡନ୍ତି, ସେ ଦିଗରେ ଗୁରୁତ୍ଵ ଦେଇ ସରକାର ଏହି ଯୋଜନା କରିଛନ୍ତି ବୋଲି ମଞ୍ଚସ୍ଥ ଅତିଥି ବୃନ୍ଦ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏପିଆଇସିଓଏଲ ଅଧକ୍ଷ ଶ୍ରୀଯୁକ୍ତ ପ୍ରଭାଦିତ୍ୟ ମିଶ୍ର, ତେନ୍ତୁଳିଖୁଣ୍ଟି ବ୍ଲକ ଅଧକ୍ଷ୍ୟା ଦେବକୀ ନାୟକ, ଗୋଷ୍ଠୀ ଉନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ତହସିଲଦାର ପ୍ରଦୀପ କର, ଜିଲ୍ଲା ପରିଷଦ ଯୋନ ୨ ସଭ୍ୟ ଚମ୍ପାବତୀ ମୁଦୁଲି ,ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ, ସୁଧୀର ଖୁରା, ବାବୁନି ନାୟକ, ବ୍ଲକ ଅଧକ୍ଷ୍ୟା ଦେବକୀ ନାୟକ, ଉପାଧକ୍ଷ୍ୟ ତନୟ ସାଗର ନାୟକ, ପୂଜାରୀଗୁଡା ସରପଞ୍ଚ କୁମର ପୂଜାରୀ, ଝରିଗୁମ୍ମା ସରପଞ୍ଚ ସାବିତ୍ରୀ ମାଝୀ, ପାତ୍ରପୁଟ ସରପଞ୍ଚ ସୁଷମା ପ୍ରଧାନୀ, ଅଂଚଳଗୁମ୍ମା ସରପଞ୍ଚ ସୂର୍ଯ୍ୟ ରନ୍ଧାରୀ, ତେନ୍ତୁଳିଖୁଣ୍ଟି ସରପଞ୍ଚ ମୃତ୍ୟୁଞ୍ଜୟ ନାୟକ , ବ୍ଲକ ମହିଳା ସଭାପତି ସୁକାନ୍ତି ମହାନ୍ତି, କଂଙ୍ଗ୍ରା ସରପଞ୍ଚ ରାମା ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିନିଧି ସଞ୍ଜୀବ ଖୁରା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *