Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ତିନି ମହଲା ବିଶିଷ୍ଟ ନବରଙ୍ଗପୁର ଜିଲ୍ଲା ଅଦାଲତର ନୂତନ ଅଟ୍ଟାଳିକା ଉଦ୍‍ଘାଟିତ

1 min read

ନବରଙ୍ଗପୁର (ସଖପ୍ର): ନବରଙ୍ଗପୁରଠାରେ ବହୁ ପ୍ରତୀକ୍ଷିତ ୨୨କୋଟି ମୂଲ୍ୟର ତିନିି ମହଲା ବିଶିଷ୍ଟ ଅତି ସୁନ୍ଦର ଜିଲ୍ଲା ଓ ଦୈାରାଜଜ୍‍ ଅଦାଲତ କମ୍‌ପ୍ଲେକ୍ସ କୋଠା ଉଦ୍‍ଘାଟିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ.ଏସ୍‍.ମୂରଲୀଧର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‍ଘାଟନ କରିଥିଲେ। ଏହି ଜିଲ୍ଲା ଅଦାଲତର ନୂତନ କୋଠା ନେଇ ସେ ଖୁସି ପ୍ରକଟ କରିବା ସହ ଏହାଦ୍ୱାରା ଅଦାଲତରେ ଆସୁଥିବା ଓକିଲ ଓ ମହକିଲମାନେ ବହୁ ସୁବିଧା ପାଇପାରିବେ ବୋଲି କହିଥିଲେ। ବିଚାର ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱୀତ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ। ନୂତନ କୋଠା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇପାରିବ ବୋଲି କହିଥିଲେ।


ହାଇକୋର୍ଟର ବିଚାରପତି ସି.ଆର. ଦାଶ ଯୋଗଦେଇ ଜିଲ୍ଲା ଅଦାଲତର ନୂତନ କୋଠା ଦ୍ୱାରା ସମସ୍ତ ଅଦାଲତ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହୋଇ ପାରିବ ବୋଲି କହିଥିଲେ। ଜିଲ୍ଲା ଦୈାରାଜଜ୍‍ ଅଶୋକ କୁମାର ପଣ୍ଡା ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ଆଇନଜୀବୀ ସଂଘ ସଭାପତି ଆଶୀଷ ରଞ୍ଜନ ପଟ୍ଟନାୟକ ନୂତନ ଜିଲ୍ଲା ଅଦାଲତ କୋଠା ଦ୍ୱାରା ଏହି ଜିଲ୍ଲାର ବହୁଦିନର ଆଶା ପୂରଣ ହୋଇଥିବା କହିଥିଲେ। ଜିଲ୍ଲା ସମ୍ପାଦକ ରାମପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କର ମଧ୍ୟରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଓ ଏସପି ପ୍ରହଲ୍ଲାଦ ସହାୟ ମୀନା ଯୋଗଦେଇଥିଲେ। ଜିଲ୍ଲାର ସମସ୍ତ ବିଚାରପତିଙ୍କ ସମେତ ଜିଲ୍ଲା ଆଇନଜୀବୀ ସଂଘର କର୍ମକର୍ତ୍ତା, ଉମରକୋଟ ଆଇନଜୀବୀ ସଂଘର କର୍ମକର୍ତ୍ତା, ସମସ୍ତ ଆଇନଜୀବୀ ଓ ଅଦାଲତ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସ୍ପେସିଆଲ କ୍ଲାସ ଠିକାଦାର ଜଗନ୍ନାଥ ମହାପାତ୍ରଙ୍କ ଦ୍ୱାରା ଏହି ନବନର୍ମିତ କୋଠା ନିର୍ମାଣ କରାଯାଇଥିଲା। ଏହି ନବନିର୍ମିତ କୋଠା ତିନି ମହଲା ବିଶିଷ୍ଟ ହୋଇଥିବାବେଳେ ଏଠାରେ ୧୧ଟି ଅଦାଲତ କାର୍ଯ୍ୟକରିବ। ତଳ ମହଲାରେ ୩ଟି ଅଦାଲତ, ପ୍ରଥମ ମହଲାରେ ୪ଟି ଓ ଦ୍ୱିତୀୟ ମହଲାରେ ୪ଟି ଅଦାଲତ କାର୍ଯ୍ୟକରିବ। ଏହାଛଡା ଏଠାରେ ଆଇନଜୀବୀ ସଂଘର କାର୍ଯ୍ୟାଳୟ ଓ ବିଶ୍ରାମ କୋଠରୀ ରହିଛି। ମହକିଲଙ୍କ ପାଇଁ ଅପେକ୍ଷା କୋଠରୀ, ସରକାରୀ ଓକିଲ, ପିପି ଓ ଜିପି ପାଇଁ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥା ରହିଛି। ଏହାଛଡା କ୍ୟାଣ୍ଟିନ, ଯାନବାହନ ସେଡ୍‍ ବ୍ୟବସ୍ଥା କରାଯାଇଛି। କୋଠାର ସାମନାରେ ବଗିଚା ରହିଛି। ତେବେ ଏହି ନୂତନ କୋଠାରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଓ ଦୈାରାଜଜ୍‍ ଅଶୋକ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁରୁଣା କୋଠାରେ ଭିଜିଲାନ୍ସ ଅଦାଲତର ସର୍କିଟ କୋର୍ଟ ଚାଲୁ ରହିବ। ଏହାବ୍ୟତୀତ ନୂତନ ଭାବେ ଅଦାଲତ ପ୍ରତିଷ୍ଠା ହେଲେ ପୁରୁଣା କୋଠାରେ କାର୍ଯ୍ୟକରିବ ବୋଲି ସେ କହିଥିଲେ।

ପ୍ସତିନିଧି ସୀମାଦ୍ରି ଶ୍ରୀନିବାସ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *