ଜୟପୁରସ୍ଥିତ ସ୍ୱର ଘୁଙ୍ଗୁର ପରିସରରେ ” ଷ୍ଟୁଡ଼ିଓ ୱେଭସ”ର ଉଦଘାଟନ
1 min readକୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ଆଜି ଜୟପୁର ସହରରେ ବହୁ ପ୍ରତିକ୍ଷିତ ଏକ ଅତ୍ୟାଧୁନିକ ଅଡିଓ ” ଷ୍ଟୁଡ଼ିଓ ୱେଭସ” ଉଦଘାଟନ ସ୍ଥାନୀୟ ସ୍ୱର ଘୁଙ୍ଗୁର ପରିସରରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଷ୍ଟୁଡ଼ିଓକୁ ବିଶିଷ୍ଠ ସୀତାର ବାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରାଉତରାୟ ଉଦଘାଟନ କରିଥିବା ବେଳେ, ରିଦମ ଷ୍ଟୁଡ଼ିଓକୁ ବିଶିଷ୍ଠ ସଂଗୀତଜ୍ଞ ଶ୍ରୀବିଜୟ କୁମାର ସାମନ୍ତରାୟ, ଭୋକାଲ ବୁଥକୁ ସମାଜସେବୀ ଶ୍ରୀମତୀ ବିନୋଦିନୀ ସାମନ୍ତରାୟପାତ୍ରଙ୍କ ଦ୍ୱାରା ଉଦଘାଟନ କରିଥିଲେ।ଇଣ୍ଡିଆନ ଏଥେଲେଟିକ ଫେଡେରେସନର ଉପସଭାପତି ଡକ୍ଟର ଶ୍ରୀନିବାସ ପଟନାୟକଙ୍କ ଦ୍ୱାରା ସିଙ୍ଗର ମାଇକ୍ରୋଫୋନର ଉନ୍ମୋଚନ କରାଯାଇଥିଲା ।
ପ୍ରଥମ ଗୀତକୁ ଓ଼ଲିଉଡ ଗାୟିକା ନନ୍ଦିତା ଭଞ୍ଜ ଗାଇଥିଲେ ଓ ଏହି ଗୀତର ରଚନା ଏବଂ ସଂଗୀତ ନିର୍ଦ୍ଦେଶନା ଶ୍ରୀଧିରେନ ପଟନାୟକ ଦେଇଥିଲେ। ଶ୍ରୀବିଜୟ କୁମାର ସାମନ୍ତରାୟ ସଂଗୀତ ପରିଚାଳନା କରିଥିଲା ବେଳେ, କଟକର ରେକଡିଷ୍ଟ ଶ୍ରୀପିଣ୍ଟୁ ମିଶ୍ର ଏହାକୁ ରେକଡିଙ୍ଗ କରିଥିଲେ ।
ଜୟନ୍ତ ସମନ୍ତରା, ଗୋପାଳ ସାମନ୍ତରାୟ, ମନୋଜ ଦାସ, ହିମାଂଶୁ ମହାପାତ୍ର, ଅମର ମିଶ୍ର, ମହମ୍ମଦ ସରିଫ, ନିରଞ୍ଜନ ପାଣିଗ୍ରାହୀ, ରଞ୍ଜନ ବେହେରା, ସୁକୁମାର ସୋନା, ବାଲାଜୀ କିଶୋର ରାୟ, ଆନନ୍ଦ ଦାସ, ଶୁକଦେବ ବାରିକ, ନିହାର ମହାନ୍ତି, ନିହାର ଆଚାର୍ଯ୍ୟ, ବାମଦେବ ମହାପାତ୍ର, ଯୀଶୁ ମହାପାତ୍ର, ଧର୍ମେନ୍ଦ୍ର ଅଧିକାରୀ, ସୁଶାନ୍ତ ଅଧିକାରୀ, ଭରତ ଚଲାଣ, ସୋମନାଥ କେଲାଡି ପ୍ରମୁଖ ଯୋଗଦେଇଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ବିଶିଷ୍ଠ କଣ୍ଠ ଶିଳ୍ପୀ, ବାଦ୍ୟଯନ୍ତ୍ର ଶିଳ୍ପୀ, ନାଟ୍ୟ ଏବଂ ଚଳଚ୍ଚିତ୍ର କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ । ଆଗାମୀ ଦିନରେ କୋରାପୁଟଜିଲ୍ଲାରେ ଭଲ ସଂଙ୍ଗୀତ ରେକର୍ଡିଂ କରାଯାଇ ପାରିବ ଓ ସର୍ବ ଭାରତୀୟ ସ୍ତରରେ କୋରାପୁଟର ସଂଙ୍ଗୀତ କିପରି ପହଞ୍ଚିପାରିବା ବିଷୟରେ କଳାକାର ମାନଙ୍କର ମତ ପ୍ରକାଶ ପାଇଥିଲା। ଏଭଳି ଏକ ଅତ୍ୟାଧୁନିକ ରେକଡ଼ିଂ ଷ୍ଟୁଡ଼ିଓ ଜୟପୁର ଠାରେ ସ୍ଥାପନ କରିଥିବାରୁ ଶ୍ରୀଧିରେନ ମୋହନ ପଟନାୟକ ଏବଂ ଶ୍ରୀପୀୟୂଷ ପଟନାୟକଙ୍କୁ ଉପସ୍ଥିତ ବୁଦ୍ଧିଜୀବୀ ଓ କଳାକାରମାନେ ଭୁରିୟସୀ ପ୍ରଶଂସା କରିଥିଲେ ।