Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାପାଳଙ୍କ ମୁନିଗୁଡା ଓ ବିଷମ କଟକ ବ୍ଲକ ଗସ୍ତ, ଆମ୍ବଦଳା ରାଜସ୍ବ ସର୍କଲ ଓ ମୁନିଗୁଡା ବ୍ଲକ ପରିଦର୍ଶନ

1 min read


ରାୟଗଡା ୧୦/୧୧ (ସଖପ୍ର): ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁନିଗୁଡା ଓ ବିଷମ କଟକ ଗସ୍ତ କରିଛନ୍ତି। ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବଦଳା ରାଜସ୍ବ ସର୍କଲ ପରିଦର୍ଶନ କଲାପରେ ମୁନିଗୁଡା ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଓ ସମସ୍ତ ରେକର୍ଡ ପତ୍ର ଠିକଠାକ ରଖିବାକୁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜନସାଧାରଣଙ୍କ ସେବା ମନୋବୃତି ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ପରିଦର୍ଶନ ବେଳେ ତହସିଲଦାର ମୁନିଗୁଡା ଶ୍ରୀ ଦେବାଶିଷ ଗୌଡ଼ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।


ଏହାପରେ ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗସ୍ତ କରି ସେଠାରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ଭୋଟବାକ୍ସ ଗୁଡିକ ରଖିବା ପାଇଁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ ରୁମ ଓ ଭୋଟ ଗଣତି କେନ୍ଦ୍ର ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ଏହାପରେ ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଉଚ୍ଚ ବିଦ୍ୟାଳୟ 5T ଅନ୍ତର୍ଗତ ବିଦ୍ୟାଳୟ ଆଧୁନିକ କରଣ କାର୍ଯ୍ୟ , ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଖେଳ ପଡ଼ିଆର କାର୍ଯ୍ୟ ସମୂହ ପରିଦର୍ଶନ କରିଥିଲେ ଓ ସମସ୍ତ କାର୍ଯ୍ୟ ସମୟ ଅବଧି ଭିତରେ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଲଭର୍ଟ ଲାକ୍ରାଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ବେଳେ ବିସମ କଟକ ବ୍ଲକର ସହକାରୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *