Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

1 min read


ବ୍ରହ୍ମପୁର (ସଖପ୍ର) : ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଆନ୍ତର୍ଜାତୀୟ ଯୋଗ ଦିବସ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ବିଶିଷ୍ଟ ଯୋଗ ଗୁରୁ ଶିବଶଙ୍କର ବେହେରାଙ୍କ ପରାମର୍ଶରେ ବିଦ୍ୟାଳୟରେ ଯୋଗାସନ ଶିକ୍ଷା ଦିଆଯାଇଥିଲା। ଯୋଗ ଗୁରୁ ବିଭିନ୍ନ ପ୍ରକାର ପ୍ରାଣାୟାମ ଏବଂ ଆସନ ଶିଖାଇ ଥିଲେ। ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ଯୋଗଗୁରୁଙ୍କ ପରାମର୍ଶ କ୍ରମେ ଯୋଗଶିକ୍ଷା କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ଏବଂ ସମ୍ପାଦିକା ଅନିତା କୁମାରି ପାଢୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ପରିଡା ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ଯୋଗ କରିଥିଲେ। ବିଦ୍ୟାଳୟ ପରିସର ଯୋଗମୟ ହୋଇଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ମଧୁଛନ୍ଦା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିବାସୀ ଗୌଡ଼

Leave a Reply

Your email address will not be published.