Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଜିଲ୍ଲା ଜୟପୁର ଓକିଲ ସଂଘ ନିର୍ବାଚନ

1 min read

କୋରାପୁଟଜିଲ୍ଲା/ଜୟପୁର୨୮/୦୩(ସଖପ୍ସ): କୋରାପୁଟ ଜିଲ୍ଲା ଜୟପୁର ଠାରେ ଓକିଲ ସଂଘ ନିର୍ବାଚନ ହୋଇଯାଇଛି। ଚଳିତ ନିର୍ବାଚନରେ ପୁଣି ଥରେ ବାଜି ମାରିଛନ୍ତ ସରୋଜ ଦାସ। ଚଳିତ ନିର୍ବାଚନରେ ସରୋଜ ଦାସ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଶରତ ମାଝୀ, ସମ୍ପାଦକ ଭାବେ ଆନନ୍ଦ ରଥ, ଯୁଗ୍ମ ସମ୍ପାଦକ ଭାବେ ଗିରିଧର ଖରା, ଏବଂ ସହକାରୀ ସମ୍ପାଦକ ଭାବେ ସନ୍ଦିପ ସାଇ ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି। ସେହିପରି ଅନ୍ୟପଟେ କୋଷାଧ୍ୟକ୍ଷ ପଦବୀରେ ଗୋପବନ୍ଧୁ ସାନ୍ତା, ପାଠାଗାର ସହସମ୍ପାଦକ ଗୋକୁଳ ସୂର୍ଯ୍ୟଙ୍କ ବାଜିମାତ ହୋଇଛି। ସରୋଜ ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବୀରେଶ ପଟ୍ଟନାୟକଙ୍କୁ ୮୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଚଳିତ ବର୍ଷ ନିର୍ବାଚନରେ ମୋଟ ୪୭୪ ରୁ ୪୨୧ ଜଣ ଆଇନଜୀବୀ ଭୋଟ ଦେଇଥିଲେ। ସରୋଜ ଦାସଙ୍କୁ ସଭାପତି ପଦରେ ୧୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବୀରେଶ ପଟ୍ଟନାୟକଙ୍କୁ ୧୦୫ ଖଣ୍ଡ ଭୋଟ ମିଳିଛି। ଏବଂ ଅନ୍ୟ ଦୁଇ ପ୍ରତିଦ୍ଵନ୍ଦୀ ତାରିଣୀ ପାଣିଗ୍ରାହୀଙ୍କୁ ୫୬ ଓ ଅଶୋକ ମିଶ୍ରଙ୍କୁ ୬୧ ଖଣ୍ଡ ଭୋଟ ମିଳିଛି। ସମ୍ପାଦକ ପଦରେ ଆନନ୍ଦ ରଥ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ୩୭ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି।ଆନନ୍ଦ ରଥଙ୍କୁ ୨୪୧ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ୧୯୦ ଭୋଟ ମିଳିଥିଲା। ସେହିପରି ଉପସଭାପତି ପଦରେ ଶରତ ମାଝୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସହଦେବ ପଟ୍ଟନାୟକଙ୍କୁ ୬୮ ଭୋଟରେ ପରାସ୍ତ କରିଛନ୍ତି। ଶରତ ମାଝୀଙ୍କୁ ୨୪୧ ଟି ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସହଦେବଙ୍କୁ ମିଳିଛି ୧୭୩ ଭୋଟ। ଅନ୍ୟପଟେ ପୁଣି ଥରେ ଗୋପବନ୍ଧୁ ସାନ୍ତା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।ସେ ୨୪୭ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କେ.ଦିବାକର ରାଓଙ୍କୁ ୧୬୯ ଭୋଟ ମିଳିଛି। ସେହିପରି ଗିରିଧର ଖରା ୨୭୫ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ରାଜେନ୍ଦ୍ର ଗୈାଡଙ୍କୁ ୧୩୮ ଭୋଟ ମିଳିଛି। ଅନ୍ୟପଟେ ସହକାରୀ ସମ୍ପାଦକ ପଦରେ ସନ୍ଦିପ ସାଇ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ସନ୍ଦିପ ସାଇ ୨୨୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜୟ ବିଶ୍ବାସ ୧୮୯ ଭୋଟ ପାଇଛନ୍ତି। ପାଠାଗାର ସହସମ୍ପାଦକ ଗୋକୁଳ ଚନ୍ଦ୍ର ସୂର୍ଯ୍ୟ ୨୨୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଲୋକନାଥ ପଟ୍ଟନାୟକ ୧୮୯ ଖଣ୍ଡ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ସକାଳ ୮ଟାରେ ଆରମ୍ଭ ହୋଇଥିଲା ଭୋଟ ଗ୍ରହଣ । ଜୟପୁର ସ୍ଥାନୀୟ କୋର୍ଟ ପରିସରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ନିର୍ବାଚନରେ କୋଭିଡ୍-୧୯ କୁ ଦୃଷ୍ଟିରେ ରଖି ଆଇଜୀବୀ ମାନେ ସାମାଜିକ ଦୂରତା ବଜାୟ ରଖି ସାନିଟାଇଜର ବ୍ୟବହାର କରି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ସକାଳ ୮ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବି ଦାଶରଥି ପଟ୍ଟନାୟକ କାର୍ଯ୍ୟ ତୁଲାଇଥିଲେ। ଗଣତି ସରିବା ପରେ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *