Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କଳିଙ୍ଗ ସେନା ପକ୍ଷରୁ ବରିଷ୍ଠ ସାମ୍ୱାଦିକଙ୍କୁ ସମ୍ୱର୍ଦ୍ଧିତ

1 min read

ଜୟପୁର (ସଖପ୍ର):ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ସେନାପକ୍ଷରୁ ଭୁବନେଶ୍ୱରରେ କୋରାପୁଟଜିଲ୍ଲା ଜୟପୁର ସହରର ବରିଷ୍ଠ ସାମ୍ୱାଦିକ ରାଜେନ୍ଦ୍ର କୁମାର ଗୌଡଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ରବିବାର ଭୁବନେଶ୍ୱର କସ୍ତୁରବା ନାରୀ ମହଲରେ ଅନୁଷ୍ଠିତ କଳିଙ୍ଗସେନାର ୨୧ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ କଳିଙ୍ଗସେନାର ରାଜ୍ୟ ପ୍ରମୁଖ ହେମନ୍ତ ରଥ ଅଧ୍ୟକ୍ଷତା କରିଥବା ବେଳେ ମୁଖ୍ୟ ଅତିଥି ଭାବେ ସ୍ୱର୍ଗତ ସାମ୍ୱାଦିକ ଅରିନ୍ଦମ ଦାସଙ୍କ ପତ୍ନୀ ସମୀକ୍ଷା ଦାସ ଏବଂ ମା କୁନି ଦାସ ଯୋଗଦେଇ ସମ୍ୱର୍ଦ୍ଧିତ କରିଥିଲେ । ଏହି ଅବସରରେ ଅରିନ୍ଦମଙ୍କୁ ମରଣୋତ୍ତୋର ଭାବେ ତାଙ୍କ ପତ୍ନୀ ସମୀକ୍ଷା ଦାସ ସାମ୍ୱଦିକ ରତ୍ନ ସମ୍ମାନ ଗ୍ରହଣ କରିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ୱାଦିକ ଶ୍ରୀରାମ ଦାସ ଯୋଗ ଦେଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ କଳିଙ୍ଗ ସୈନିକମାନେ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *