Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅଜଣା ରୋଗରେ କୋଲାଗୋଣ୍ଡା ସ୍କୁଲରେ ଦୁଇ ଛାତ୍ର ମୃତ, ୬ ଗୁରୁତର

1 min read

ମାଲକାନଗିରି (ସଖପ୍ର):: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୋଲାଗୋଣ୍ଡା ଗ୍ରାମସ୍ଥିତ ଆଶ୍ରମ ବିଦ୍ୟାଳୟରେ ଗତ ଦୁଇଦିନ ମଧ୍ୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ତିନିଦିନ ଧରି ଏହି ବିଦ୍ୟାଳୟର ଦୁଇଜଣ ଛାତ୍ରଙ୍କ ଗୋଡ ଫୁଲିଯିବାରୁ ସେମାନଙ୍କୁ ପ୍ରଥମେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ପ୍ରଧାନ ଶିକ୍ଷକ ଜଣେ ଛାତ୍ରକୁ ତାଙ୍କ ନିଜ ଘର ମାଲାକନଗିରି ନିକଟସ୍ଥ ତମସା ଗ୍ରାମକୁ ଫେରାଇ ଦେଇଥିଲେ। ଏହାପରେ ଛାତ୍ର ଜଣକ ଗୁରୁତର ହୋଇ ମୃତ୍ୟୁବରଣ କରିଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେହିଭଳି ଗତକାଲି ସନ୍ଧ୍ୟାରେ ଅନ୍ୟ ଜଣେ ଛାତ୍ର ଗୁରୁତର ହେବାପରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ମଧ୍ୟ ଅତ୍ୟଧିକ ଗୁରୁତର ହୋଇ ଶେଷରେ ପ୍ରାଣ ହରାଇ ଥିଲେ। ଅନ୍ୟପଟେ ଏହି ଘଟଣା ପରେ ପରେ ଏହି ସ୍କୁଲର ଆଉ ୬ ଜଣ ପିଲାଙ୍କ ଗୋଡହାତ ଫୁଲିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ପଡିଆରେ ଚିକିତ୍ସା କରାଯାଉଥିବା ବେଳେ ଆଉ ତିନିଜଣ ଛାତ୍ର ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |ଏହି ଖବର ପାଇଲାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛନ୍ତି |କେଉଁ କାରଣରୁ ଏପରି ଘଟିଲା ତାର ତଦନ୍ତ ଚାଲିଥିବା ଜିଲ୍ଲା ପ୍ରଶାସନ ଜଣାଇଛନ୍ତି |

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *